ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ, ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଆଜି ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ମୋଟ ହଜାରେ ଜଣ ଅନଲାଇନରେ ପଞ୍ଜିକରଣ କରିଛନ୍ତି। ଆଜି ସେମାନଙ୍କର ହିଁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସକାଳୁ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଜମିଲାଣି।

abhijogsunani

ଏହାବ୍ୟତୀତ ଆଜି ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜିକରଣ କରାଇ ସ୍ୱୀକୃତି ନେଇପାରିବେ।ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇବେନି ଅଣପଞ୍ଜିକୃତ ଅଭିଯୋଗକାରୀ। ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, ଦୀର୍ଘ ୧୬ ବର୍ଷ ପରେ ଜୁଲାଇ ୨ ତାରିଖରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଥିଲେ ଅଭିଯୋଗକାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+