ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି

ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା। କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା। ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ ଦେଶ।

Chief Minister

ପ୍ରଥମଟି, ଦେଶର ବିଭାଜନର ବିଭୀଷିକା ଏବଂ ଦ୍ଵିତୀୟଟି, ଦେଶକୁ ବିଧି ବ୍ୟବସ୍ଥା ମଧ୍ୟରେ ଶାସନ କରିବା ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା। ଏହି ସବୁ ଆହ୍ଵାନ ମଧ୍ୟରେ ସେ ସମୟର ବିଦ୍ଵାନ ଓ ବିଶେଷଜ୍ଞଗଣ ଭାରତକୁ ଏକ ସଶକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ, ଏକ ମନ ଏକ ପ୍ରାଣରେ ଏକ ଲିଖିତ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ଡକ୍ଟର ଆମ୍ବେଦକରଙ୍କ ନେତୃତ୍ଵରେ ସମ୍ବିଧାନ ସଭାରେ ଦୀର୍ଘ ଦୁଇ ବର୍ଷ ୧୧ ମାସ ୧୭ ଦିନର ଉଚ୍ଚକୋଟିର ବିତର୍କ, ଆଲୋଚନାର ଫଳସ୍ଵରୂପ ଦେଶକୁ ମିଳିଲା ଏକ ନୂତନ ସମ୍ବିଧାନ। ୧୯୫୦ ମସିହା ଆଜିର ଦିନରେ ସାରା ଦେଶରେ କାର୍ଯ୍ୟକାରୀ ହେଲା, ଏବଂ ସେହିଦିନ ଆମ ଦେଶ ଭାରତ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା ।

ବିଶ୍ଵର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ଯେକ ଭାରତୀୟଙ୍କ ପାଇଁ ଏହା ଜୀବନର ମାନଦଣ୍ଡ । ଏହା କେବଳ ଏକ ବିଧି ବ୍ୟବସ୍ଥା କି ଲିଖିତ ସମ୍ପତ୍ତି ନୁହେଁ ବରଂ ଏହା ପ୍ରତ୍ଯେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ । ଦେଶ ପାଇଁ ଏହାକୁ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ତେଣୁ ତାଙ୍କୁ ସମ୍ବିଧାନର ଜନକ ଭାବେ ଅବିହିତ କରାଯାଏ। ଆଜି ଏହି ପବିତ୍ର ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆଜି ସ୍ଵାଧୀନତାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ଦେଶ ନୀରବଚ୍ଛିନ୍ନ ଭାବେ ଗଣତାନ୍ତ୍ରିକ ପଦ୍ଧତ୍ତିରେ ଶାସିତ ହେଉଛି। ଯଦି ଆମେ ୧୯୭୦ ଦଶକର ମଧ୍ୟଭାଗର ପ୍ରାୟ ଅଢେଇ ବର୍ଷକୁ ବାଦ୍ ଦେବା, ଯାହାକୁ ଆମେ ଗଣତାନ୍ତ୍ରିକ କଳା ଅଧ୍ୟାୟ ଭାବେ ଅବିହିତ କରି ପାରିବା, ଆମ ଦେଶ ଗଣତାନ୍ତ୍ରିକ ପରମ୍ପରାରେ ଆଗେଇ ଚାଲିଛି ।

ଭାରତୀୟ ସମ୍ବିଧାନର ଏହି ଅବଦାନକୁ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ୱିଧାନର ପ୍ରଣେତା ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୦୧୫ ମସିହାରୁ ସରକାରୀ ସ୍ତରରେ ନଭେମ୍ବର ୨୬ ତାରିଖକୁ ସମ୍ୱିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ଆପଣ ମାନଙ୍କର ମନେ ଥିବ, ଯେତେବେଳେ ମାନନୀୟ ମୋଦୀ ଜୀ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ, ସଂସଦର ପାହାଚରେ ମୁଣ୍ଡିଆ ମାରି ଏବଂ ସମ୍ବିଧାନକୁ ପ୍ରଣିପାତ କରି ପ୍ରବେଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+