ରାଜ୍ୟବାସୀଙ୍କୁ ସରସ୍ଵତୀ ପୂଜାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମା'ଙ୍କ ଆଗାମନ ଅର୍ଥାତ ସରସ୍ବତୀ ପୂଜା ନେଇ ସବୁଠି ଆନନ୍ଦ ଉତ୍ସାହ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ମା'ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ ।

ତେବେ ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା ବୋଲି ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ବିଟ କରି କହିଛନ୍ତି ।
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା ।












Click it and Unblock the Notifications