ବଲାଙ୍ଗିର ବାସୀଙ୍କୁ ନୂଆ ବର୍ଷ ଉପହାର ଦେବେ ମୁଖ୍ୟମନ୍ତ୍ରୀ, ୩୦୫ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିବେ ନବୀନ

ଭୁବନେଶ୍ୱର:ନୂଆବର୍ଷ ଅବସରରେ ସେ ବଲାଙ୍ଗିରବ ଲାଙ୍ଗିରବାସୀଙ୍କୁ ନୂଆ ଉପହାର ଭେଟି ଦେବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ । ଆଉ ବଲାଙ୍ଗିରର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିବହନ, ଗମନାଗମନ ଭଳି ବିଭିନ୍ନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ଆହୁରି ଅନେକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ, ବୁଧବାର ମୁଖ୍ୟମନ୍ତ୍ରୀ ୩୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଗୁଡ଼ିକୁ ଉଦ୍ ଘାଟନ କରିବେ । ପାନୀୟ ଜଳଯୋଗାଣ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ଜିଲ୍ଲାର ଟିଟିଲାଗଡ଼, ଆଗଲପୁର, ଦେଓଗାଁ, ଲୋଇସିଂହା, ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼ ଭଳି ୭ଟି ବ୍ଳବୁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସେହିପରି ୧୭ କୋଟି ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଟିଟିଲାଗଡ଼ଠାରେ ଉପଖଣ୍ଡ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ।

Naveen pattnaik

ଏହାସହ କଣ୍ଟାବାଞ୍ଜି ଚିକିତ୍ସାଳୟରେ ଔଷଧ ପଣ୍ୟାଗାର ଓ ସିଏଚ୍ ସି ର ପ୍ରଶାସନିକ କୋଠାର ବି ଉଦ୍ ଘାଟନ କରିବେ । ପାଟଣାଗଡ଼ ଧଣ୍ଡାମୁଣ୍ଡାସ୍ଥିତ ପ୍ରାଥମିକ ଚିକିତ୍ସାଳୟରେ ଡେ କେୟାର ବିଲିଂ ଓ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ମେଡିସିନ୍ ୱାର୍ଡ, ୱେଟିଙ୍ଗ ହଲ ଓ ମଡ୍ୟୁଲାର୍ କିଚେନ ବିଲିଂର ଉଦ୍‌ଘାଟନ କରିବେ । ବିଭିନ୍ନ ବ୍ଲକରେ ବିଜୁ ପଟ୍ଟନାୟକ ଇନ୍‌ଡୋର୍ ଷ୍ଟାଡିୟମ୍ ଭଳି ଉନ୍ନତ ଭିଭିଭୂମି କ୍ରୀଡ଼ାବିତ୍ ଯୁବବର୍ଗଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଆଉ ଏହି କ୍ରମରେ ୬ କୋଟି ୩୫ ଲକ୍ଷ ବ୍ୟୟ ରେ ନିର୍ମାଣ ଅଟକଳରେ ତୁଷୁରାଠାରେ ହୋଇଥିବା ଇନ୍ ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟିତ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ମିଶନ ଶକ୍ତିର ମା'ମାନଙ୍କୁ ମିଳିବ ଏକ ବଡ଼ ଉପହାର । ଟିଟିଲାଗଡ଼ଠାରେ ୨ କୋଟି ୪୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିୟମରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ବଜାରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ଓ ପାଟଣାଗଡ଼ର ଲରମ୍ଭା ଓ ଦେଓଗାଁଠାରେ ବି ନବନିର୍ମିତ ପୋଲିସ ଷ୍ଟେସନ୍‌, ୩କୋଟି ୫୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗିର ରେ ସ୍ମାର୍ଟ ପାର୍କ ଏବଂ ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ଥିବା ସ୍ମାର୍ଟପାର୍କକୁ ମୁଖ୍ୟମନ୍ତ୍ରୀ ସିନ୍ ଲୋକାର୍ପଣ କରିବେ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+