ଆଳୁ ଦର ପାଇଁ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ଏମିତି

ଆଳୁ ଦାମ ବୃଦ୍ଧିକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବ ସରକାର କରିଥିବା ଆଳୁ ମିଶନ ଫେଲ ମାରିଥିବା କହିଛନ୍ତି ସିଏମ୍। ଆଉ ଏଥିପାଇଁ ଚଳିତ ସରକାରଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡ଼ିଛି।

ଆଲୋଚନା ପରେ ବି ଆଳୁ ଛାଡ଼ିଲେ ନାହିଁ ପଶ୍ଚିମବଙ୍ଗ ସରକାର। କୃତିମ ଆଳୁ ସଙ୍କଟ ଜାଣିଶୁଣି ସୃଷ୍ଟି କଲେ ପଡୋଶୀ ରାଜ୍ୟ। ସେଠାରେ ବ୍ୟବସାୟୀ ମାନେ ଚାପ ପକାଇବା ଦ୍ଵାରା ସେମାନେ ଆଳୁ ଛାଡ଼ିବାକୁ ରାଜି ହେଲେ। ବାଧ୍ୟ ହୋଇ ଉତ୍ତରପ୍ରଦେଶ ଓ ପଂଜାବରୁ ଆଳୁ ଆଣିବାକୁ ବାଧ୍ୟ ହେଲେ ସରକାର। ଆଳୁ ଚାଷରେ ସ୍ବାବଲମ୍ବୀ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ନିଜେ ଆଳୁ ଚାଷ କରି ଖାଏ ଓ ମୋ ପରିବାର ଲୋକ ବି ଆଳୁ ଚାଷ କରି ଖାଆନ୍ତି। ଯଦି ସାରା ରାଜ୍ୟରେ ଆଳୁ ଚାଷକୁ ପ୍ରାଧାନ୍ୟ ଦିଆ ଯାଇପାରନ୍ତା ତାହାଲେ ବାହ୍ୟ ରାଜ୍ୟ ଉପରେ ଆଉ ଆମକୁ ନିର୍ଭର ହେବାକୁ ପଡ଼ନ୍ତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+