ନୟାଗଡ଼ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ଜିଲ୍ଲା ରଣପୁରରେ ଲଗାଣ ବର୍ଷାଜନିତ ଚାଷ କ୍ଷୟକ୍ଷତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଜିଲ୍ଲା ଗସ୍ତ କରିଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଓ ଛତ୍ରପୁର, ଗଜପତି ଜିଲ୍ଲାର ଗୋଷାଣୀ ଗସ୍ତ କରି କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

mohancharanmajhi

ରବିବାର ଦିନ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାରି ସକାଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ଯାଇ ରଣପୁର ଗୋପାଳପୁରରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ସେ ସଡ଼କ ପଥରେ ଜିଲ୍ଲାର ଅଦିନିଆ ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବେ ।

ସେହିଭଳି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟକ ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି । ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲାକୁ ଗସ୍ତ କରିଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲାକୁ ଯାଇ ବର୍ଷା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ପ୍ରଦୀପ ବଳସାମନ୍ତ ।

ଅଦିନିଆ ବର୍ଷାରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ମିଳିବ ସରକାରୀ ସହାୟତା । ଜଣେ ହେଲେ କ୍ଷତିଗ୍ରସ୍ତ ଏ ସହାୟତାରୁ ବାଦ୍ ପଡ଼ିବେନି । ଚାଷୀ ବୀମା କରି ଥାଆନ୍ତୁ ବା କରି ନ ଥାନ୍ତୁ ଅଦିନିଆ ବର୍ଷାରେ ଫସଲ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ମିଳିବ ସହାୟତା ରାଶି । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେବଳ ଧାନ ନୁହଁ, ପନିପରିବା ଓ ପାନବରଜ କ୍ଷତିଗ୍ରସ୍ତ ଚାଷୀ ମଧ୍ୟ ସରକାରୀ ସହାୟତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+