ରାଜ୍ୟରେ ଏବେ ଏତିକି ମାଓବାଦୀ ସକ୍ରିୟ ଥିବା କହିଲେ ମୁଖ୍ୟମନ୍ତ୍ରୀ
ସରକାର ଦେଲେ ମାଓବାଦୀଙ୍କ ତଥ୍ୟ ଓ ମାଓବାଦୀ ପ୍ରବଣ ଜିଲ୍ଲାର ବିବରଣୀ । ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାର ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଆନୁମାନିକ ପ୍ରାୟ ୧୦୦ରୁ ୧୨୦ ମାଓବାଦୀ ସକ୍ରିୟ ଥିବା ନେଇ ସୂଚନା ରହିଛି ।

ରାଜ୍ୟରେ ୨୦୧୮-୧୯ ବର୍ଷରେ ୧୫ଟି ଜିଲ୍ଲା ମାଓ ପ୍ରଭାବିତ/ଏଲ୍ଡବ୍ଲୁଇ ଜିଲ୍ଲା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ଟି ମାଓ ପ୍ରଭାବିତ/ଏଲ୍ଡବ୍ଲୁଇ ପ୍ରଭାବିତ ଜିଲ୍ଲା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ବରଗଡ଼, କୋରାପୁଟ ଓ ବୌଦ୍ଧ ମାଓ ପ୍ରଭାବିତ ଜିଲ୍ଲା ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାର ଲକ୍ଷ୍ୟ ରହିଥିବା ବେଳେ ଏବେ କେତେ ମାଓବାଦୀ ସକ୍ରିୟ ଥିବା ନେଇ ରିପୋର୍ଟ ରହିଛି କି ବୋଲି ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।












Click it and Unblock the Notifications