ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବାଣରେ ବିଜେଡି ଘାଇଲା, ୫ଟି ସ୍କୁଲକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ

ବିଧାନସଭା ଆରମ୍ଭ ହେବା ଠାରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଛି । ଆଜି ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଉପରେ ବର୍ଷିଛନ୍ତି ମୋହନ ମାଝି ।

Mohan Charan Majhi

ମୁଖ୍ୟମନ୍ତ୍ରୀ କିଏ ନେମ ଚେଞ୍ଜର ଓ କିଏ ଗେମ ଚେଞ୍ଜର ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ୭୦୦ ଯୋଜନା ଆରମ୍ଭ ହେଲା ପରେ କେତେବେଳେ ୬ ମାସ ପରେ ତ କେତେବେଳେ ୧ ବର୍ଷ ପରେ ପୁଣି କେତେବେଳେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପଂଚସଖାଙ୍କ ନାଁରେ ଯୋଜନା ନାମକରଣ କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । ୨୪ ବର୍ଷ ଭିତରେ କାହିଁକି ବିଜେଡି ସରକାର କର୍ପସ ଫଣ୍ଡ କରିପାରିଲା ନାହିଁ ।

ଯଦି ବିଜେପି କଲା ଏହା କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । ବିଜେପି ସରକାରକୁ ବଦନାମ କରିବାକୁ ଉଦ୍ୟମ ହେଉଛି । ଫିଲ୍ମର ଟ୍ରେଲର ଦେଖି ଗୃହ ଛାଡି ପଳାଇଳା ବିଜେଡି । ଅନେକ ଅର୍ଥନୈତିକ ବଜେଟକୁ ପ୍ରଶଂସା କରିଛନ୍ତି । ତେଣୁ ଏହା ନେମ ଚେଞ୍ଜର ନୁହେଁ , ଗେମ ଚେଞ୍ଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡିଶା ପାଇଁ ନିଷ୍ପତ୍ତି ନେଇଛୁ । ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଫାଇଭ-ଟି ସ୍କୁଲକୁ ନେଇ ବି ତତକାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ସର୍ବସ୍ୱ ହୋଇ ଲୋକଙ୍କୁ ସେବା ନଦେଇ ପାରିବାରୁ ଲୋକେ ବିଜେଡିକୁ କ୍ଷମା ଦେଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାବେଳେ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+