ହବିଷ୍ୟାଳିଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଧର୍ମର ମାସ କାର୍ତ୍ତିକରେ ବ୍ରତ ପାଳିବାକୁ ଶ୍ରୀକ୍ଷେତ୍ର ଆସି ଦହଗଞ୍ଜ ହେଉଥିଲେ ହବିଷ୍ୟାଳି। ରହଣୀକୁ ନେଇ ଦେଖାଦେଇଥିଲା ବିବାଦ। ମୁଣ୍ଡ ଗୁଞ୍ଜିବାକୁ ଜାଗା ନପାଇ ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ ଆଗରେ ଧାରଣାରେ ବସିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାରେ ହସ୍ତକ୍ଷେପ କରିଥିଲେ। ସେ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ହବିଷ୍ୟାଳିଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Mohan Charan Majhi

ଏ ନେଇ ମୁଖ୍ୟମନ୍ତ୍ରୀ ସୋଶାଲ୍‌ ମଡିଆରେ ଲେଖିଛନ୍ତି, ଶ୍ରୀଜଗନ୍ନାଥ ଧାମ ପୁରୀଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ବୃନ୍ଦାବତୀ ଶିବିର ଯାଇ ହବିଷ୍ୟାଳୀଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏଥର ହବିଷ୍ୟାଳି ଯୋଜନା ପାଇଁ ୨ କୋଟି ୫୬ ଲକ୍ଷ ବ୍ୟୟବରାଦ ହୋଇଛି। ଆରମ୍ଭରୁ ଯାହା ତ୍ରୁଟି ବିଚ୍ୟୁତି ଥିଲା ତାକୁ ଆମେ ସୁଧାରି ଦେଇଛୁ। ଆସନ୍ତା ବର୍ଷ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଉଦ୍ୟମ କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+