ମେଡିକାଲରେ ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମେଡିକାଲରେ ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଯୋଗେନ୍ଦ୍ର। ମହାଦୀପ ନେଇ ଯିବାବେଳେ ମନ୍ଦିରରୁ ଖସିପଡ଼ିଥିଲେ ଯୋଗେନ୍ଦ୍ର।
ଲିଙ୍ଗରାଜ ମନ୍ଦିରରେ ଅଘଟଣ। ମହାଦୀପ ଉଠୁଥିବା ବେଳେ ମନ୍ଦିରରେ ଅଘଟଣ । ମହାଦୀପ ନେଇ ମନ୍ଦିର ଉପରକୁ ଉଠୁଥିବା ବେଳେ ଖସିପଡିଲେ ସେବାୟତ ।ଅନ୍ୟ ଜଣେ ସେବାୟତ ମହାଦୀପକୁ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ । ଅଘଟଣକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଥିଲା ।

ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସାମାନ୍ୟ ବିଳମ୍ବ ହୋଇଥିଲା । ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ପ୍ରଭୁଙ୍କ ଦର୍ଶନ କରିଥିବାବେଳେ ସନ୍ଧ୍ୟାରୁ ବସି ଦୀପ ଜାଳିଥିବା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଦିବ୍ୟ ମହାଦୀପ ଦର୍ଶନ କରିଛନ୍ତି ।
ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିରରେ ଏକ ଅଘଟଣ ଘଟିଛି । ଜଣେ ସେବାୟତ ମହାଦୀପ ଉଠିବା ସମୟରେ ମନ୍ଦିର ଚୂଡ଼ାକୁ ଚଢୁଥିବାବେଳେ ଖସିପଡ଼ିଥିଲେ। ତେବେ ସେ ଆହତ ହୋଇଥିବା ସୂଚନା ମିଳିଛି।
ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ରାଜ୍ୟର ସମସ୍ତ ଆଧ୍ୟାତ୍ମିକ ସ୍ଥାନର ଉନ୍ନତିକରଣ ଲାଗି ଉଦ୍ୟମ ଜାରି ରହିବ। ତେବେ ପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟରେ ଅର୍ଥ ବାଧକ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ଅବସରରେ ବୁଧବାର ପୁରୁଣା ଭୁବନେଶ୍ୱରସ୍ଥିତ Lingaraja ଭଜନ ମଣ୍ଡପଠାରେ ଆୟୋଜିତ ଭଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।












Click it and Unblock the Notifications