‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଖୋର୍ଦ୍ଧାରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂହ ଓ ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଉପସ୍ଥିତ ଅଛନ୍ତି।

ଓଡ଼ିଶା ସରକାରଙ୍କ ପକ୍ଷରୁ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ।












Click it and Unblock the Notifications