‘ପରୀକ୍ଷା ପେ ଚର୍ଚ୍ଚା’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, କହିଲେ...
ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍ରେ ପରୀକ୍ଷାର ସମୟ । ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢା ସମୟର ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ। ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚୋକୋଟୀର ହେବ। ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ। ନିଜର ଆତ୍ମ ବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି। ଆଉ ଆତ୍ମ ବିଶ୍ବାସ ଆସିଥାଏ ସତ କହିବା ଦ୍ବାରା। ଏହା କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସର ତତ୍ତ୍ବ ବୁଝାଇଥିଲେ ।












Click it and Unblock the Notifications