ଓଡ଼ିଶା ସାମ୍ବାଦିକ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର 'ଉତ୍କଳ ଦୀପିକା'।

ଓଡ଼ିଆ ଭାଷାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହ ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରିଥିଲା ଉତ୍କଳ ଦୀପିକା। ନ'ଅଙ୍କ ଦୁର୍ଭିକ୍ଷ ହେଉ କି ଓଡ଼ିଆ ଭାଷା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ମୁଖ୍ୟ ଲକ୍ଷ୍ୟ। ସମ୍ବାଦପତ୍ର ଜଗତରେ ଏକ ନୂଆ ଆହ୍ଵାନ ଥିଲା ଉତ୍କଳ ଦୀପିକା।
https://x.com/CMO_Odisha/status/1819962675100557805?t=Y4p426UcXmzOQFIW_yQIgw&s=08ସେ ନିଜର 'ଏକ୍ସ'ରେ ଲେଖିଛନ୍ତି, ୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର 'ଉତ୍କଳ ଦୀପିକା' ପ୍ରକାଶ ପାଇଥିଲା। "ଓଡ଼ିଆ ସାମ୍ବାଦିକତା ଦିବସ" ଅବସରରେ ଓଡ଼ିଆ ଭାଷାରେ ସମ୍ବାଦ ପରିବେଷଣ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ସାଧୁବାଦ୍।












Click it and Unblock the Notifications