ଏହି ସରକାରୀ କର୍ମଚାରୀଙ୍କ ବଢିଲା ଦରମା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବଢ଼ିଲା ଏସ୍ଓଜି ଯବାନ ଓ ଅଧିକାରୀଙ୍କ ଭତ୍ତା । ସ୍ପେଶାଲ୍ ଅପରେସନ୍ ଗ୍ରୁପ-ଏସ୍ଓଜି ଯବାନ ଓ ଅଧିକାରୀଙ୍କ ରିସ୍କ ଆଲାଉନ୍ସ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଡିସେମ୍ୱରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଭତ୍ତା । ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ଏସ୍ଓଜି ଅଫିସରମାନେ ମାସିକ ସର୍ବାଧିକ ୨୫ହଜାର ଟଙ୍କା, ସୁବେଦାର ଓ ଡେପୁଟି ସୁବେଦାରମାନେ ୨୪ହଜାର, ହାବିଲଦାର ୨୦ହଜାର, କନଷ୍ଟେବଳ ଓ ସିପାହୀମାନେ ମାସକୁ ୧୬ହଜାର ଟଙ୍କା ଭତ୍ତା ପାଇବେ ।

ଏଥିରେ ଏକା ସମୟରେ ୪ଶହ ଯବାନଙ୍କୁ ତାଲିମ ଦେଇହେବ । ଏଥିସହ ୧୬ଟି ଜିଲ୍ଲାର ୧୬ଟି ଥାନା ଗୃହ, ୭୦ଟି କ୍ୱାର୍ଟର୍ସ, ଅଫିସ୍ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଥିଲେ ।












Click it and Unblock the Notifications