ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଷଷ୍ଠ ପର୍ଯ୍ୟାୟରେ ତଥା ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ କଟକ, ସମ୍ବଲପୁର, କେଉଁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମନଦାନ ଅନୁଷ୍ଠିତ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୦ ପ୍ରତିଶତ ରହିଛି ଓ ଭୋଟିଂ ସମାପ୍ତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ ।

ରାଜ୍ୟରେ ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି । ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଭୋଟର ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିଥିବାରୁ ସମସ୍ତ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସାଧୁବାଦ ଜଣାଇଛନ୍ତି । ଏତଦ୍‌ବ୍ୟତୀତ ଶାନ୍ତିଶୃଙ୍ଖଳାର ସହ ମତଦାନ ପରିଚାଳନା କାର୍ଯ୍ୟ କରିଥିବାରୁ ସମସ୍ତ ପୋଲିଂ କର୍ମଚାରୀ, ସୁରକ୍ଷା ବନଙ୍କୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସାଧୁବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ କେତେକ ବୁଥରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ନିର୍ଦ୍ଧାରିତ ମତଦାନ ସମୟ ସୁଦ୍ଧା ବୁଥିରେ ଥିବା ସମସ୍ତ ଭୋଟର ମତଦାନ କରୁଛନ୍ତି । ସକାଳୁ ମନ୍‌ପୋଲ୍ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ତୁରନ୍ତ ତାହା ବଦଳା ଯାଇଥିଲା ଏବଂ ମତଦାନ ସ୍ୱାଭାବିକ ଭାବେ ଚାଲିଥିଲା । ପୋଲି' ଆରମ୍ଭ ହେବା ପରେ ସୁଳ୍ପ କିଛି ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା ଏବଂ ସେଗୁଡ଼ିକୁ ବଦଳା ଯାଇଥିଲା । ଉକ୍ତ ତଥର ଭୋଟରମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟଗମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Election Commission

ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆବର୍ଷ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍ ସୁନ୍ଦର ଚିତ୍ର ଦେଖୁବାକୁ ମିଳିଥିଲା । ଯୁବ କର୍ମଚାରୀ ପରିଚାଳିତ ହୁଅ, ମହିଳା କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଅନେକ ବୁଥରେ ସ୍ଥାନୀୟ ଚିତ୍ରକନା, ଜନଜାତି ଥିମ ଦେଖୁବାକୁ ମିଳିଥିଲା । ସମସ୍ତ ବୁଥରେ ମତଦାତାମାନଙ୍କୁ ମତଦାନର ସୁଖବ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀ ପ୍ରୟାସ କରିଥିଲେ । ସମସ୍ତ ବୁଥରେ ପାନୀୟ ଜଳ, ଛାଇ, ସେଲ୍‌ଫି ଷ୍ଟାଣ୍ଡ ଆଦିର ବ୍ୟବସ୍ଥା କରାଯାଇଥିଲା । ପ୍ରତି ବୁଥିରେ ଛୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା ।

ହ୍ୱିଲ୍ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସ୍ୱେଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ । ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା । ୱେବ୍‌କାଷ୍ଟିଂ ଜରିଆରେ ନିର୍ଦିଷ୍ଟ ବୁଥ୍ ଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟଣ୍ଣିଂ ଅଫିସରମାନଙ୍କ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ମଧ୍ୟ ୱେବ୍‌ନାଷ୍ଟି" ଜରିଆରେ ବିଭିନ୍ନ ବୁଥରେ ଚାଲିଥିବା ମତଦାନ ପ୍ରକ୍ରିୟାକୁ ଦେଖିଥିଲେ । ରିପୋର୍ଟ ପ୍ରସ୍ତୁତ ବେଳକୁ କିଛି ବୁଥରେ ପୋଲିଂ ପାର୍ଟିମାନେ ରିସିଭିଂ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+