ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର
ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ। ଆଜି କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର ପ୍ରତିନିଧି ମଣ୍ଡଳ। ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ପ୍ରସ୍ତାବ ରଖିଲେ ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।

ଧାନ, ଗହମ, ଡାଲି ଉତ୍ପାଦନ ଦରର ତଥ୍ୟ ଦେଲେ ରାଜ୍ୟର ପ୍ରତିନିଧି ମଣ୍ଡଳ। ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ ସିଏସିପି (CACP) ର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ।
ଏମଏସପି (MSP) ମୂଲ୍ୟ କେତେ ବୃଦ୍ଧି କଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଛି। ଖୁବଶୀଘ୍ର ରାଜ୍ୟଗୁଡ଼ିକ ଲିଖିତ ଆକାରରେ କେନ୍ଦ୍ରକୁ ପ୍ରସ୍ତାବ ଦେବେ ବୋଲି ସୂଚନା ରହିଛି।












Click it and Unblock the Notifications