Get Updates
Get notified of breaking news, exclusive insights, and must-see stories!

ରତ୍ନଭଣ୍ଡାର ଗଣତିମଣତି ୩ଟି ପର୍ଯ୍ୟାୟରେ ହେବ

୨୦୨୬ ରଥଯାତ୍ରା ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଆଜି ବସିଥିବା ପ୍ରାୟ ସାଢ଼େ ୪ ଘଣ୍ଟାର ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବ ଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ ସହ କରାଯିବ ଗଣତମଣତି । ସେ ନେଇ ଆଜି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ବପୁର୍ଣ୍ଣ ବୈଠକରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ବିଧି ସବ୍‌କମିଟି ଗଣତି ମଣତି ପାଇଁ ଚିଠା ପ୍ରସ୍ତାବ କରିଥିଲେ । ସେହି ଚିଠା ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକ ରେ ଆଲୋଚନା ହୋଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆସିବା ପରେ ହିଁ ରତ୍ନ ଭଣ୍ଡାର ଗଣତି ମଣତି ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ।

ratnabhandar
- ରତ୍ନଭଣ୍ଡାର ଗଣତିମଣତି ନେଇ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ
- ୩ଟି ପର୍ଯ୍ୟାୟରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
- ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ
- ଏହାପରେ ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଗଣତିମଣତି
- ଗଣତିମଣତି ଦିନ କୌଣସି ନୀତିକାନ୍ତି ବ୍ୟାଘାତ ହେବ ନାହିଁ
- ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
- ପାଳିଥିବା ଅଧିକୃତ ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ
- ଗଣତିମଣତି ବେଳେ କେଉଁମାନେ ଉପସ୍ଥିତ ରହିବେ ଚିଠା ତାଲିକା ପ୍ରସ୍ତୁତ ହୋଇଛି
- ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତିମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ
- ରିଜର୍ଭ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହିବେ ବୋଲି ପ୍ରସ୍ତାବ ଦିଆଯାଇଛି
- ପ୍ରତିଦିନ ଭିତର ରତ୍ନଭଣ୍ଡାର ଗଣତିମଣତି ପରେ ଚାବି ଡିଷ୍ଟ୍ରିକ୍ଟ ଟ୍ରେଜେରିରେ ରଖାଯିବ
- ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଓ କ୍ୟାମେରା ଚିପ୍‌କୁ ସାଇତି ରଖାଯିବ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକର ଡିଜିଟାଇଜେସନ କରାଯିବ
- ଗତବର୍ଷ ଆସିଥିବା ୨ଟି ଏସ୍‌ଓପି ଆଧାରରେ ନୂଆ ଏସ୍‌ଓପି ପ୍ରସ୍ତୁତ କରାଯାଇଛି
- ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+