ଆଡ଼ପ ପହଣ୍ଡି ଅଘଟଣ ମାମଲା ; ହେବ ପ୍ରତିକାର ପୂଜା, ଆଇନ ମନ୍ତ୍ରୀ
ରଥ ଯାତ୍ରା ସମୟରେ ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଘଟିଥିବା ଘଟଣାର ହେବ ପ୍ରତିକାର ପୂଜା । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣ । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ହେଲେ ବଡ଼ ଠାକୁର ପଡ଼ି ନାହାନ୍ତି । ସେବାୟତଙ୍କ ପିଠିରେ ଭରା ଦେଇ ରହିଯାଇଥିଲେ। ତଦନ୍ତରୁ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ଜଣାପଡ଼ିଛି।

ତେଣୁ ଏଥିପାଇଁ ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭାସହ ସହ କଥାବାର୍ତ୍ତା ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଏଥିପାଇଁ ସମୟ ନିର୍ଘଣ୍ଟ ବାହାର କଲେ ପ୍ରତିକାର ପୂଜା ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ।
ଶ୍ରୀଜିଉ ପଡ଼ିଗଲେ ଘଟିବ ଅଘଟଣ। ଏ ନେଇ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଦିଆଯାଇଛି ସୂଚନା। ଦୁର୍ଭିକ୍ଷ, ଅନାବୃଷ୍ଟି ତଥା ରାଷ୍ଟ୍ରମୁଖ୍ୟଙ୍କ ଅମଙ୍ଗଳ ଘଟିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ଜଣାଇଥିଲା ମୁକ୍ତିମଣ୍ଡପ ପଣ୍ଡିତ ସଭା। ତେବେ ଏଥିଲାଗି ପ୍ରତିକାର ପୂଜା ଜରୁରୀ ବୋଲି କହିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା।












Click it and Unblock the Notifications