ଭୀଷଣ ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ବର, ସକାଳ ୫ଟା ୩୦ରେ ୧୩ ଡିଗ୍ରୀ ଛୁଇଁଲା ତାପମାତ୍ରା

ରାଜଧାନୀରେ ପାରଦ ତଳମୁହାଁ । ଖସୁଛି ପାରଦ, ରାଜଧାନୀ ଭୁବନେଶ୍ବରରେ ବଢୁଛି ଶୀତ । ସକାଳ ୫ଟା ୩୦ରେ ଭୁବନେଶ୍ବର ତାପମାତ୍ରା ୧୩ ଡିଗ୍ରୀ । ଗତ ୧୦ ଦିନରେ ରାଜଧାନୀରେ ୯.୬ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଗତ ୧ ତାରିଖରେ ରାଜଧାନୀ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ । ଝାରସୁଗୁଡ଼ା ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ । ରାଜ୍ୟରେ ଅସମ୍ଭାଳ ଜାଡ଼ ଜାରି ରହିବ । ଏଥିରୁ ତ୍ରାହି ମିଳିବାର ସମ୍ଭାବନା କ୍ୱଚିତ୍ ।

Bhubaneswar

ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ ।

ସେପଟେ ସୁନ୍ଦରଗଡରେ ହାଡ ଭଙ୍ଗା ଶୀତ । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ପୋଉଛନ୍ତି ଲୋକେ । ଏହାସହ ଚା ଖଟିଆରେ ସକାଳୁ ସକାଳୁ ଲୋକଙ୍କ ଭିଡ ଚା ପିଇ ଦେହକୁ ଗରମ କରିବା ସହ ଶରୀରକୁ ଫିଟ୍ ରଖିବା ପାଇଁ ଲୋକେ ଶାରୀରିକ ବ୍ୟାୟାମ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନ ସହ ରାଉରକେଲା ଏବଂ କୋଇଡାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଇଛି। ଶୀତ ବଢିଥିବାରୁ ବୟସ୍କ ଲୋକେ ମନେ ଶୀତରେ କଷ୍ଟ ପାଉଛନ୍ତି । ସକାଳୁ ସକାଳୁ ଚା ଦୋକାନ ରୁ ଆରମ୍ଭ କରି ପଡିଆରେ ଲୋକେ ଶୀତର ମଜା ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+