ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଆଗାମୀ ବିଧାନସଭାର ବଜେଟ ଅଧିବେଶନ ପାଇଁ ୧୨ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ୧୨ ତାରିଖ ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବସିବାକୁ ଥିବା ବୈଠକରେ ବିଧାନସଭା ପାଇଁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ।

naveen patnaik

ସୂଚନାଯୋଗ୍ୟ ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଫେବୃଆରୀ ୧୩ରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ବଜେଟ୍‌ ଅଧିବେଶନ ଚାଲିବ। ଫେବୃଆରୀ ୧୩ରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନ। ଫେବୃଆରୀ ୧୭ରେ ଆସିବ ରାଜ୍ୟ ବଜେଟ। ୨୦୨୫-୨୦୨୬ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ। ପୁଣି ମାର୍ଚ୍ଚ ୭ରୁ ଏପ୍ରିଲ ୫ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+