ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ କହିଲା ବିଜୁ ଜନତା ଦଳ
ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ କହିଲା ବିଜୁ ଜନତା ଦଳ । ପ୍ରେସମିଟରେ ଗୁଜବ କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। । ସେ କହିଛନ୍ତି ଯେ, ମେଣ୍ଟ ନେଇ ଗଣମାଧ୍ୟମରେ ବିଜେପି ପ୍ରଚାର କରୁଛି । ଦଳ ଛାଡ଼ିଥିବା ଓ ଟିକେଟ ନପାଇବା ଲୋକଙ୍କୁ ବିଜେପି ଆପଣାଉଛି ।
ବିଧାନସଭା ଓ ଲୋକସଭାରେ ଲଢ଼ିବାକୁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ତେଣୁ ଯିଏ ଦଳ ଛାଡ଼ୁଛନ୍ତି, ସେମାନଙ୍କୁ ବିଜେପି ତାଙ୍କ ଦଳରେ ନେଉଛି । 'ବିଧାନସଭାରେ ୧୨୦+ ଓ ଲୋକସଭାରେ ୧୭+ରେ ବିଜେଡି ଜିତିବ ବୋଲି ସସ୍ମିତ୍ କହିଛନ୍ତି ।

ଓଡ଼ିଶାରେ କୌଣସି ମେଣ୍ଟ ହେବା ନାହିଁ । ବିଜେପି ଏଥର ସରକାର ଗଢ଼ିବ । କିଛି ଏଭଳି ଢଙ୍ଗରେ ଦିଲ୍ଲୀରୁ ଫେରି ମେଣ୍ଟ ସରକାରକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ କିଛି ମେଣ୍ଟ ହେବନାହିଁ । ବିଜେପି 21 ଲୋକସଭା ଆସନ ଏବଂ 147 ବିଧାନସଭା ଆସନରେ ଏକାକି ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି ।
ଏପରିକି ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବା ନେଇ ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହା ସହ ଆଜି ଲୋକସଭା ନିର୍ବାଚନ ନେଇ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ମନମୋହନ । ଦିଲ୍ଲୀରେ ଦଳର ପରିଚାଳନା ସମିତି ବୈଠକରେ ଯୋଗ ଦେଇସାରି ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମନମୋହନ ।












Click it and Unblock the Notifications