ବାତ୍ୟା ପାଇଁ ବଡ ପଦକ୍ଷେପ ଦୁଇ ଦିନ ହବିଷିଆଳିଙ୍କ ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ବାତ୍ୟା ପାଇଁ ହବିଷିଆଳିଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍‌ ଘୋଷଣା କରିଥିବା ବେଳେ ୨୪ ଓ ୨୫ ତାରିଖକୁ ଅରେଞ୍ଜ ଜୋନ୍‌ ଘୋଷଣା କରାଯାଇଛି।

Cyclone Dana

ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀରେ ବାତ୍ୟାର ପ୍ରଭାବ ରହିଲେ ମଧ୍ୟ ସେଭଳି ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୯୦ କି.ମି. ପର୍ଯ୍ୟନ୍ତ ପବନ ବହିବାକୁ ଥିବାବେଳେ ଭୟଭୀତ ନ ହୋଇ କେବଳ ସତର୍କ ଓ ସୁରକ୍ଷିତ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ତେଣୁ ୨୪ ଓ ୨୫ ତାରିଖ ହବିଷିଆଳି ମା'ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ।

ଜିଲାରେ ୨ ଓଡ୍ରାଫ ଟିମ୍‌, ୨ ଏନ୍‌ଡିଆରଏଫ୍‌ ଟିମ୍‌ ସମେତ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍‌ ମୁତୟନ ରହିଛନ୍ତି। ଜିଲାରେ ସମୁଦାୟ ୨୬ ଟିମ୍‌ ବିପର୍ଯ୍ୟୟ ମୁକାବିଲା ପାଇଁ ମୁତୟନ ରହିଛନ୍ତି। ୧୧ଟି ବ୍ଲକ୍‌ ସମେତ ଅତିରିକ୍ତ ୬ଟି ଫାୟାର ଟିମ୍‌ ମୁତୟନ ଅଛନ୍ତି। ରାଜସ୍ବ, ପୋଲିସ ଭେଟେରିନାରୀ ଟିମ୍‌ ପ୍ରସ୍ତୁତ ରହିବା ସହିତ ୮୦୦ ଦକ୍ଷ ମାନବ ସମ୍ବଳ ସମ୍ପନ୍ନ ଟିପିସିଓଡିଏଲ ଟିମ୍‌ ପ୍ରସ୍ତୁତ ରହିଛି। ସେହିଭଳି ୧୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି। କ୍ଷୟକ୍ଷତି ଆକଳନ ସହ କିପରି ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ମୁକାବିଲା ତ୍ୱରିତ ପରିଚାଳନା କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି, ବାତ୍ୟା ମୁକାବଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ମୁତୟନ ହୋଇଥିବା ଓଡ୍ରାଫ ଟିମ୍‌କୁ ୬ ଗୋଟି ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଏନଡିଆରଏଫ୍‌ର ଗୋଟିଏ ଟିମ୍‌କୁ କୃଷ୍ଣପ୍ରସାଦରେ ଓ ଆଉ ଗୋଟିଏ ଟିମ୍‌ ହେଡ୍‌କ୍ୱାର୍ଟର୍ସରେ ମୁତୟନ ରହିଛନ୍ତି। ପାଣି ଯୋଗାଣ ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଓ ୱାଟ୍‌କୋ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅଗ୍ନିଶ୍ରମ ବିଭାଗ କର୍ମଚାରୀ ସମସ୍ତ ବ୍ଲକ୍‌ରେ ମୁତୟନ ରହିଛନ୍ତି। ସମସ୍ତ ବ୍ଲକରେ ସନିୟର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହବିଷିଆଳିମାନେ ସେଣ୍ଟରଗୁଡ଼ିକରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ସମସ୍ତ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ୨୪ ଓ ୨୫ରେ ହବିଷିଆଳି ମା'ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ। ଏଥିସହ ପ୍ରଶାସନ ପକ୍ଷରୁ କେନ୍ଦ୍ରଗୁଡ଼ିକର ଯାଞ୍ଚ କରାଯାଇଛି। କେନ୍ଦ୍ରଗୁଡ଼ିକରେ ଡିଜି ସେଟ୍‌, ୩୦୦ ଲିଟର ଡିଜେଲ ମହଜୁଦ୍‌ ରଖାଯାଇଛି। ପରିମଳ ଉପରେ ଧ୍ୟାନ ଦିଆଯାଇଛି। ପାଣି ନଷ୍ଟ ନ କରିବାକୁ ହବିଷିଆଳିମାନଙ୍କୁ ପରାମର୍ଶ ଦିଆଯାଇଛି। ଭକ୍ତଙ୍କ ଦର୍ଶନ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+