ଆସିଲା ବଡ ଖବର, ଜୁଲାଇ ୮ ରେ ଖୋଲିବ ରତ୍ନ ଭଣ୍ଡାର
କଥା ରଖିଲେ ନୂଆ ସରକାର । ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି ।

ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ। ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍
୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା।












Click it and Unblock the Notifications