ଆସିଲା ବଡ ଖବର ୱାଏନାଡ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ
କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା।

ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ବାପା ଅମର ଚିନାରା। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ଜୁଲାଇ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି ବିଷ୍ଣୁଙ୍କ ବାପା।
ସୂଚନା ଅନୁସାରେ, ଆଜି ଭୋରୁ ଓ୍ୱାୟନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ରାତି ଗୋଟାଏରେ ମୁବାଡକାଇରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହାପରେ ଭୋଅର ସମୟରେ ଜିଲ୍ଲାରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା। ଫଳରେ ଘର-ଦ୍ୱାର ଭାସିଯିବା ସହ ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡି ଯିବାରୁ ତିନୋଟି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।












Click it and Unblock the Notifications