ଆସିଲା ବଡ ଖବର, ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଆସିଲା ବଡ ଖବର ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ୱର ଜିଲା ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଗୁରୁବାର ଏକ ଅଘଟଣ ଘଟିଛି।

ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।
ଅନ୍ୟପକ୍ଷେ ଛାତ୍ରୀଛାତ୍ରୀଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଛାତ୍ରଛାତ୍ରଙ୍କୁ ଗୁରୁବାର ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ଛାତ୍ରୀଛାତ୍ରଙ୍କ ପେଟ ବ୍ୟଥା ହେବା ସହ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡିଛି।












Click it and Unblock the Notifications