ବାତ୍ୟା ଦାନାକୁ ନେଇ ବଡ ଖବର, ଏହି ସବୁ ଜିଲ୍ଲାକୁ ଆସିପାରେ ଜୁଆର
ବାତ୍ୟାକୁ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ଆଇଏମ୍ଡି ଡିଜି କହିଛନ୍ତି, ଆସନ୍ତାକାଲି ସକାଳେ ଅବପାତ ଏବଂ ୨୩ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦ କିମି ରହିପାରେ।

ଆଇଏମ୍ଡି ଡିଜି ଆହୁରି କହିଛନ୍ତି, ଏକ 'ଭୀଷଣ ବାତ୍ୟା'ର ରୂପ ନେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ପ୍ରଭାବରେ ୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ତେବେ ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବ। ବାତ୍ୟା ହେଲେ ଜୁଆର ଆସିବା ସ୍ବାଭାବିକ କଥା। ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ଜୁଆର ଆସିବା ସମ୍ଭାବନା ରହିଥିବା ନେଇ ଡିଜି କହିଛନ୍ତି।
ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା 'ଦାନା' ଓଡ଼ିଶାକୁ ହିଟ୍ କରିବ। ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଅଧିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଉଛି।












Click it and Unblock the Notifications