ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍
ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ ଓଏସଆରଟିସି ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର ଭଳି ରାଜ୍ୟର ବିଭିନ୍ନ ସହରରୁ ଅଯୋଧ୍ୟା ଯାତ୍ରା ଆରମ୍ଭ କରିବ। ଓଡ଼ିଶାରୁ କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ ଓଏସଆରଟିସି ବସ୍ ସେବା ଜାନୁଆରୀ ୧୩ ରୁ ଜାନୁୟାରୀ ୨୬ ପର୍ୟ୍ୟନ୍ତ ଉପଲବ୍ଧ ହେବ।

ସ୍ୱତନ୍ତ୍ର ଓଏସଆରଟିସି ବସ୍ ରେ କୁମ୍ଭମେଳା ଯାତ୍ରା କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଓଏସଆରଟିସି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ରୁ ଆଗୁଆ ଟିକେଟ ବୁକ୍ କରିପାରିବେ। ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଲଞ୍ଚ କରିବେ।












Click it and Unblock the Notifications