ସୁଭଦ୍ରାକୁ ନେଇ ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି, ଏକାଥରରେ ମିଳିବ ୧୦ ହଜାର
ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। 'ସୁଭଦ୍ରା' ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ୨ଟି କିସ୍ତି ଏକାଠି ମିଳିବ। ରାଜ୍ୟ କ୍ୟାବିନେଟରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି। ସୁଭଦ୍ରା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏଥିପାଇଁ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ସହାୟତା ମିଳିବ। ୧ କିଲୋୱାଟ ସୋଲାର ଲାଗି ରାଜ୍ୟ ଅତିରିକ୍ତ ୨୫ ହଜାର ଦେବ। କେନ୍ଦ୍ରର ୩୦ ହଜାର ସବସିଡ ବାଦ ରାଜ୍ୟ ସରକାର ୨୫ ହଜାର ଦେବେ। ୩ କିଲୋୱାଟ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮ ହଜାର।
ତେବେ ସୁଭଦ୍ରା ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ଦୁଇଥର ମିଳୁଥିଲା। ଏଣିକି ଗୋଟିଏ ଥରରେ ୨ଟି କିସ୍ତି ମିଳିବ। ଏଥିପାଇଁ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି। ଯଦି ଆପଣ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କରିଥିବେ ତେବେ ୨ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ ବୋଲି ସୂଚନା ମିଳିଛି।












Click it and Unblock the Notifications