ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା । ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପକ୍ରିୟା ପାଇଁ ୩ ମାସ ହେଲା ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା। ତେଣୁ ଅଗଷ୍ଟ ୧ରୁ ପର୍ଯ୍ୟଟକ ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍‌ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ।

bhitarakanika

ପ୍ରକୃତିର ବୈଭବ, ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବନଜନ୍ତୁଙ୍କୁ ନିଆରା ଢଙ୍ଗରେ ଦେଖିବା ପାଇଁ ଚଳିତବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି। ମ୍ୟାନଗ୍ରୁଭ୍‌ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍‌ ବ୍ରିଜ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି। ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍‌‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ମେ' ୧ରୁ ଜୁଲାଇ ୩୧ଯାଏ ୩ ମାସ ଧରି କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+