ଘଣ୍ଟା ବାଜିଲା ସ୍କୁଲ ଖୋଲିଲା, ଭୁବନେଶ୍ୱରରେ ଗ୍ରୀଷ୍ମ ଛୁଟି ପରେ ସ୍ୱାଭାବିକ ହେଲା ପାଠପଢ଼ା
ଘଣ୍ଟା ବାଜିଲା,ସ୍କୁଲ ଖୋଲିଲା । ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ଛୁଟି ପରେ ସ୍ୱାଭାବିକ ହେଲା ପାଠପଢ଼ା । ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଯଥେଷ୍ଟ ବର୍ଷା ହୋଇନଥିବାରୁ ଦିନବେଳା ତାପମାତ୍ରା ଓ ଆର୍ଦ୍ରତାସ୍ତର ଅଧିକ ରହୁଛି । ଏପରି ପରିସ୍ଥିତିରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସକାଳୁଆ ସ୍କୁଲ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଆଜିଠୁ ୧୦ଟାରୁ ୪ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ୟୁନିଟ୍ ୩ କ୍ୟାପିଟାଲ ହାଇସ୍କୁଲରେ ପାନୀୟ ଜଳ, ପର୍ଯ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା କରାଯାଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, "ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ୨୧ ତାରିଖ ରବିବାର ପଡ଼ୁଥିବାରୁ ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।"












Click it and Unblock the Notifications