ବାରବାଟୀରେ ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍ ; ଖଚାଖଚ ଭିଡ଼, ଧାଡ଼ିରେ ପ୍ରବେଶ କରୁଛନ୍ତି ଦର୍ଶକ
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ଦୁଲୁକୁଛି କଟକ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ। ରାତି ୭ଟାରୁ ଖେଳାଯିବ ମ୍ୟାଚ। ବାରବାଟୀରେ ବର୍ତ୍ତମାନ୍ ଦର୍ଶକ ଗ୍ୟାଲେରୀ ଗେଟ୍ ଖୋଲିଛି।

ଦର୍ଶକଙ୍କର ଖଚାଖଚ ଭିଡ ପରିଲକ୍ଷିତ ହୋଇଛି। ଲୋକମାନେ ଧାଡି କରି ପ୍ରବେଶ କରୁଛନ୍ତି। ଦେଶର କୋଣ ଅନୁକୋଣରେ ଲକ୍ଷାଧିକ ଦର୍ଶକ ଆଜି ବାରବାଟୀରେ ଭିଡ ଜମାଇଛନ୍ତି। ତେଣୁ ପକେଟ୍ମାର୍ ଙ୍କ ପ୍ରତି ସଜାଗ ରହିବାକୁ ପୁଲିସ୍ ପରାମର୍ଶ ଦେଇଛି। ୪ଟା ୪୫ରେ ଦକ୍ଷିଣ ଆଫ୍ରିକା ଟିମ୍ ଭୁବନେଶ୍ଵର ଛାଡିବ। ୪ଟା ୫୦ରେ ଟିମ୍ ଇଣ୍ଡିଆ କଟକ ଅଭିମୁଖେ ଯିବ।












Click it and Unblock the Notifications