ନଷ୍ଟ ହେଲା ଅର୍ପଣ ରଥ ଚାଉଳ, ମହାପ୍ରଭୁଙ୍କ ପାଖରେ ଲାଗି ହେବ ନାହିଁ ଭୋଗ
ମହାପ୍ରଭୁଙ୍କ ପାଖରେ ଭୋଗ ହେବ ନାହିଁ ଅର୍ପଣ ଚାଉଳ । ଓଡ଼ିଶାରେ ଗାଁ ଗାଁରେ ବୁଲୁଥିଲା ଅର୍ପଣ ରଥ। ହେଲେ ତାଙ୍କ ଦାନ ଚାଉଳକୁ ଏମିତି ହତାଦର କରାଯିବ, କେହି କଳ୍ପନା କରିନଥିବେ।ଆଜି ସୁଆର ମହାସୁଆର ନିଯୋଗ କହିଛି ଦାନ ଚାଉଳ ଆଉ ଠାକୁରଙ୍କ ଭୋଗ ଲାଗି ପାରିବ ନାହିଁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାରାଓଡିଶାରୁ ସଂଗ୍ରହ ହୋଇଥିଲା 'ଅର୍ପଣ ଚାଉଳ'। ସେତେବେଳେ ବିରୋଧୀ ଯେଉଁ ସନ୍ଦେହ ପ୍ରକାଶ କରିଥିଲେ ଆଜି ତାହା ସତ ହୋଇଛି। ଭକ୍ତଙ୍କ ଭାବାବେଗ ସହ ପୂର୍ବତନ ବିଜେଡି ସରକାର ଖେଳ ଖେଳିଥିବା ଚର୍ଚ୍ଚା ହେଉଛି। କାରଣ ଖତ ଖାଇଗଲାଣି ଭକ୍ତଙ୍କ ଦାନ ଚାଉଳ।
୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା
ସେଥିରୁ ୪ ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଛି
ବଳକା ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି
ସେହି ଚାଉଳରେ ଆଉ ଭୋଗ ଲାଗି ହୋଇପାରବ ନାହିଁ
ସୁଆର ମହାସୁଆର ନିଯୋଗ ଏଭଳି କହିବା ପରେ ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି। ଚାଉଳ ଆଉ ଭୋଗ ଉପଯୋଗୀ ନଥିବାରୁ କୌଣସି ଏନଜିଓ ସଂସ୍ଥାକୁ ଦେବାପାଇଁ ପ୍ରସ୍ତାବ ଦେଇଛି ସୁଆର ମହାସୁଆର ନିଯୋଗ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଗାଁ ଗାଁ ବୁଲି ଚାଉଳ ସଂଗ୍ରହ କରୁଥିଲା ଅର୍ପଣ ରଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ସହ ଚାଉଳ ଓ ଗୁଆ ଅର୍ପଣ କରିଥିଲେ ରାଜ୍ୟବାସୀ। ହେଲେ ଏହାକୁ ଉପଯୁକ୍ତ ମଦା ଦେଇପାରିଲେନି ପୂର୍ବ ସରକାର। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା କୁହାଯାଉଛି।












Click it and Unblock the Notifications