ପଶ୍ଚିମବଙ୍ଗ ସରକାରଙ୍କ ମନମାନି , ଓଡ଼ିଶାକୁ ଆଳୁ ନଛାଡିବା ପାଇଁ ରାସ୍ତାରେ ଲଗାଇଲେ କ୍ୟାମେରା
ପ୍ରଥମେ ଆଳୁ ଗାଡ଼ି ଛାଡ଼ିଲେନି, ପରେ ଆଳୁ ଟ୍ରକ୍ ଜଗିବାକୁ ସିସିଟିଭି ଲଗାଇଲେ। ଗଳାବାଟ ଦେଇ ଅଳୁ ଆସୁଥିବା ଜାଣି ଚିହିଁକି ଉଠିଲା ପଞ୍ଚିମବଙ୍ଗ ସରକାର।

ଓଡ଼ିଶା ସୀମା ନୀଳଦା ଗାଁର ରାସ୍ତା ପାର୍ଶ୍ୱରେ ପଶ୍ଚିମବଙ୍ଗ ପୋଲିସ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା ଚଳାଇଛି। ଲକ୍ଷ୍ମଣନାଥ ଟୋଲ ଗେଟ୍ରେ ଜଗି ପଶ୍ଚିମବଙ୍ଗ ପୋଲିସ ଆଳୁ ଗ।ଡ଼ି ଓଡ଼ିଶାକୁ ଛାଡ଼ୁନାହିଁ । ହେଲେ କିଛି ଛୋଟ ଛୋଟ ଗାଡ଼ି ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି ।
ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୋଲିସ । ଅପରପକ୍ଷେ, ରାଜ୍ୟରେ ଆଳୁ ଦର କିଛିଟା କମିଛି । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ କିଲୋ ପିଛା ୩୬ରୁ ୪୦ ଟଙ୍କା ମଧ୍ୟରେ ରହିଛି ।












Click it and Unblock the Notifications