ଫେବ୍ରୁଆରୀରୁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ, ମାଗଣାରେ ବୁଲିପାରିବେ....
ଫେବ୍ରୁଆରୀ ୩ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ଅମୃତ ଉଦ୍ୟାନ । ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖୋଲା ରହିବ। ଅମୃତ ଉଦ୍ୟାନକୁ ପୂର୍ବରୁ ମୋଗଲ ଗାର୍ଡେନ କୁହାଯାଉଥିଲା। ଯାହା ରାଷ୍ଟ୍ରପତି ଭବନ ପରିସରରେ ୧୫ ଏକରର ବିଶାଳ କ୍ଷେତ୍ରରେ ପରିବ୍ୟାପ୍ତ। ମୂଳତଃ ଏଥିରେ ଇଷ୍ଟ ଲନ୍, ସେଣ୍ଟ୍ରାଲ ଲନ, ଲଙ୍ଗ ଗାର୍ଡେନ ଏବଂ ସର୍କୁଲାର ଗାର୍ଡେନ ସାମିଲ ଥିଲା।

ତେବେ ଲୋକଙ୍କ ପାଇଁ ଏହା ସପ୍ତାହର ୬ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଉଦ୍ୟାନ ସୋମବାର ବନ୍ଦ ରହିବ।ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଜାରି ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ, ସବୁ ଦର୍ଶକଙ୍କ ପାଇଁ ଗାର୍ଡେନରେ ଏଣ୍ଟ୍ରି ଏବଂ ଏହାର ବୁକିଂ ସଂପୂର୍ଣ୍ଣ ଭାବରେ ମାଗଣା। ରାଷ୍ଟ୍ରପତି ଭବନର ଅଫିସିଆଲ ଓ୍ବେବସାଇଟ ଦ୍ବାରା ଦର୍ଶକ ରେଜିଷ୍ଟ୍ରେସନ କରିପାରିବେ।












Click it and Unblock the Notifications