ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି ‘ ଅହିଂସା ରଥ ’ ମିଳୁଛି ସମ୍ବର୍ଦ୍ଧନା
ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ ଅହିଂସା ରଥ ' ସମସ୍ତ ରାଜ୍ୟ ପରିକ୍ରମା କରୁଛି ।
ଭୁବନେଶ୍ୱର : ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି , ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ' ଅହିଂସା ରଥ ' ସମସ୍ତ ରାଜ୍ୟ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଉଭୟ ରଥକୁ ସୁନ୍ଦରଗଡ଼ ସୀମା ବୀରମିତ୍ର ଗେଟଠାରେ ସୁନ୍ଦରଗଡ଼ ଜିଲ୍ଲାଠାରୁ ଗ୍ରହଣ କରାଯାଇଥିଲା । ସେଠାରେ ଭଙ୍ଗା ଗ୍ରାମବାସୀ ମାନେ ଏହି ଅହିଂସା ରଥ ଯୋଡିକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ଅବସରରେ ସଦର ବ୍ଲକ ଉପାଧ୍ୟକ୍ଷା ଚନ୍ଦ୍ରମା ମେହେର , ଭସ୍ମୀ ସରପଞ୍ଚ , ୱାର୍ଡ ସଭ୍ୟ , ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ । ସେହିପରି ସଦର ବ୍ଲକ ସ୍ଥିତ ଭେଡ଼ାଭାଇ ଗ୍ରାମ ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ଠାରେ ଅହିଂସା ରଥକୁ ପାରଂପାରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁବ୍ରତ ମାଝୀ , ଭେଡ଼ାଭାଇ ସମିତି ସଭ୍ୟ , ସରପଞ୍ଚ , ୱାର୍ଡ ସଭ୍ୟ , ସଦର ବିଡିଓ ବିନୟ କୁମାର ପଟେଲ , ଛାତ୍ରଛାତ୍ରୀ , ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ସୁନ୍ଦରଗଡ଼ ପୌରାଞ୍ଚଳଠାରେ ଛାତ୍ରଛାତ୍ରୀ , ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ , ବିଭିନ୍ନ ସାଂସ୍କୃତିକ ଦଳ , ଜନସାଧାରଣ ଅହିଂସା ରଥକୁ ନୃତ୍ୟଗୀତ ପରିବେଷଣପୂର୍ବକ ଏକ ବିଶାଳ ଶୋଭାଯାତ୍ରାରେ ମହିଳା ମହାବିଦ୍ୟାଳୟ ଛକଠାରୁ ମାଦ୍ରୀ କାଲୋ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ଶୋଭାଯାତ୍ରାରେ ସଦର ବିଧାୟିକା କୁସୁମ ଟେଟେ , ସୁନ୍ଦରଗଡ ପୌର ଅଧ୍ୟକ୍ଷା ତନୟା ମିଶ୍ର , କାଉନସିଲରବୃନ୍ଦ , ସଦର ଉପ ଜିଲ୍ଲାପାଳ ଅଭିମନ୍ୟ ବେହେରା , ପୌରାଞ୍ଚଳର ନିର୍ବାହୀ ଅଧିକାରୀ ରାମକୃଷ୍ଣ ଗଣ୍ଡ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ । ମାଦ୍ରୀ କାଲୋ ଭବନ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଏବଂ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗଭାଲି ସବୁଜ ପତାକା ଦେଖେଇ ରଥଟିକୁ ଜିଲ୍ଲା ର ଟାଙ୍ଗରପାଲି ବ୍ଲକ ଅଭିମୁଖେ ବିଦାୟ ଦେଇଥିଲେ ।
ଅହିଂସା ରଥକୁ ହେମଗିରି ବ୍ଲକରେ ଭବ୍ୟ ସ୍ଵାଗତ ଦିଆଯାଇଥିଲା । ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସା , ଉପାଧ୍ୟକ୍ଷ ସୌଦାମିନୀ ଡିଲା , ଜିଲ୍ଲା ପରିଷଦ ସଦସ୍ୟ ଭିମା ସେନ ସାଂସଦ ପ୍ରତିନିଟ୍ ବିଶି କେଶନ ସା , କନିକା ସରପଂଚ ଓ ହେମଗିରି ସରପଂଚ , ହେମଗିର ବିଡିଓ ଜଗଦୀଶ ଚନ୍ଦ୍ର ମହାନନ୍ଦ ଆଦି ଉପସ୍ଥିତ ଥିଲେ । ଟାଙ୍ଗରପାଲି ବ୍ଲକର ମହୁଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅହିଂସା ରଥକୁ ସ୍ଵାଗତ କରାଯାଇଥିଲା । ସେଠାରେ ସୁଶ୍ରୀ କୁନ୍ତୀ ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଜୟ ନାଏକ , ବ୍ଲକ ଉପାଧ୍ୟକ୍ଷ , ସରପଞ୍ଚ , ମହୁଲ ପାଲି , ସରପଞ୍ଚ ରତନପୂର , ସରପଞ୍ଚ ତୁଲସାଡ଼ିହି , ଏବିଡ଼ିଓ ଦମୟନ୍ତୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଉଜାଲପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ରଥକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଗେଲବତି ପଟେଲ , ବ୍ଲକ ଅଧ୍ୟକ୍ଷା ତପସ୍ବିନୀ ମାଝୀ , ସରପଞ୍ଚ , ସମିତି ସଭ୍ୟ ଆଦି ଉପସ୍ଥିତ ଥିଲେ ।
ଲେଫ୍ରିପଡ଼ା ବ୍ଲକ ପରିସର ଏବଂ ସର୍ଗିପାଲି ଗ୍ରାମପଂଚାୟତଠାରେ ମଧ୍ୟ ଅହିଁସା ରଥକୁ ସ୍ଵାଗତ କରାଯାଇଥିଲା । ଅୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ପ୍ରତିନିଧି , ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା , ଗ୍ରାମବାସୀ , ବିଡିଓ ଶ୍ରୀ ରମେଶ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ଲେଫ୍ରିପଡ଼ା ଏବଂ ହେମଗିରି ବ୍ଳକ୍ଠାରେ ୫ ଜଣ ବୁଣାକାରଙ୍କୁ ଚରଖା ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉ କି ଏହି ଅହିଂସା ରଥ ସେପ୍ଟେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ ଗୋଟି ବ୍ଲକ ଏବଂ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ ।
ଆସନ୍ତାକାଲି ଗୋଟିଏ ରଥ ବଡଗାଁ ବ୍ଲକ , କୁତ୍ରା ବ୍ଲକ ଓ ରାଜଗାଙ୍ଗପୁର ବ୍ଲକ ଭ୍ରମଣ କରିବାକୁ ଥିବାବେଳେ ଅନ୍ୟ ରଥଟି ବାଲିଶଙ୍କରା ଓ ସବଡେଗା ବ୍ଲକ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ନୂଆପଡ଼ା ଜିଲ୍ଲାରେ ଅହିଂସା ରଥ ପରିକ୍ରମାର ଦ୍ଵିତୀୟ ଦିନରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ , ବ୍ଲକ୍ ଅଧ୍ୟକ୍ଷ , ଅତିରିକ୍ତ ଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧୁକାରୀ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ଏନ୍ଏସି ଅଧ୍ୟକ୍ଷ , ସିଡ଼ିପିଓ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଅହିଂସା ରଥକୁ ସ୍ଵାଗତ କରିଥିଲେ । ପରେ ସଖତୋରାଠାରେ ଅତିରିକ୍ତ ଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଏନ୍ଏସି ଅଧ୍ୟକ୍ଷ ଏବଂ ସ୍ଥାନୀୟ ଜନତା ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇଥିଲେ । ଏକତା ଛକଠାରେ ମଧ୍ୟ ବ୍ଲକ ଅଧ୍ୟକ୍ଷ , ଉପାଧ୍ୟକ୍ଷ , କାଉନ୍ସିଲରମାନଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଏନ୍ଏସିର କର୍ମଚାରୀମାନଙ୍କ ଦ୍ଵାରା ଅହିଂସା ରଥକୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ସେହିପରି ବୋଡେନ୍ର ପଇସଡ଼ା ଛକଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସରପଞ୍ଚ , ପଞ୍ଚାୟତ ପ୍ରତିନିଧ୍ଵ ଏବଂ ଗ୍ରାମବାସୀମାନେ ଅହିଂସା ରଥକୁ ସ୍ଵାଗତ କରିଥିଲେ । ଅହିଂସା ରଥ ପରିକ୍ରମା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ରଥ ପରିକ୍ରମା ସମୟରେ ପ୍ରବଳ ଜନସମାଗମ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ଏହି ' ଅହିଂସା ରଥ ' ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି । ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା , ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍ ଆଦୃତି ଲାଭ କରିଛି । ସୂଚନାଯୋଗ୍ୟ ଯେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ଵାଧୀନତାର ସ୍ମାରକୀ ବହନ କରୁଥିବା ୪ ଗୋଟି ' ଅହିଂସା ରଥ ' ସାରା ରାଜ୍ୟରେ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶର ବାର୍ତ୍ତା ପ୍ରଚାର କରିବ ।
-
କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା,ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର -
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ପାଇଁ ତାରିଖ ଘୋଷଣା, ଭାଗ ନେବେ ୧୭.୪ କୋଟି ଭୋଟର -
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା -
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ











Click it and Unblock the Notifications