ଥାନାରୁ ଚମ୍ପଟ ମାରି ମହାନଦୀକୁ ଡେଇଁ ପଡିଥିଲା ଅଭିଯୁକ୍ତ; ମିଳିଲା ମୃତଦେହ
କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୋବ୍ରା ବ୍ୟାରେଜରୁ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର। ଉଦ୍ଧାର ପରେ ପରିବାର ଲୋକେ ମୃତଦେହ ଚିହ୍ନଟ କରିଛନ୍ତି। ଯୁବକଗତକାଲି କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଥିଲା।
ପୋଲିସକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଥିଲା ଯୁବକ। ଏକ ଚୋରି ମାମଲାରେ ଥାନାକୁ ଅଣାଯିବା ପରେ ଚମ୍ପଟ ମାରିଥିଲା ଯୁବକ ଜଣକ। ଏପରିକି ଯୁବକ ମହାନଦୀକୁ ଯିବାର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।
ଯୁବକଙ୍କ ନାମ ଶଙ୍କର୍ଷଣ ବେହେରା। ମୃତ ଯୁବକ ଜଣଙ୍କ ବିଡାନାସୀ ଥାନା ଅଞ୍ଚଳର ଶଙ୍କର୍ଷଣ ବେହେରା ।

ଗତକାଲି ସନ୍ଧ୍ୟାରେ ଥାନାରୁ ପୋଲିସକୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି ବୋଲି ପୋଲିସ ଅଧିକାରୀ କହିଥିଲେ । ସେପଟେ ଅଭିଯୁକ୍ତକୁ ପୋଲିସ ଦୁଇ ଦିନ ହେବ ଥାନାରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା । ତା ସହିନପାରି ସେ କେଉଁଆଡେ ଚାଲି ଯାଇଛି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ ।
ପରିବାର ଲୋକେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ପୋଲିସ କଣ ପାଇଁ ତାଙ୍କୁ ଗିରଫ କରିଥିଲେ। ଏହାର ସତ୍ୟତା ବାହାରିବା ଦରକାର ବୋଲି କହିଛନ୍ତି।












Click it and Unblock the Notifications