Get Updates
Get notified of breaking news, exclusive insights, and must-see stories!

ଆଜି ହେବ ମହାନଦୀ ବିବାଦର ୫୦ତମ ଶୁଣାଣି

ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ଶୁଣାଣି। ହେଲେ ଏ ଶୁଣାଣିରେ ମହାନଦୀକୁ ଯେ ନ୍ୟାୟ ମିଳିବ ତାହା ଏବେ ବି ସନ୍ଦିହାନ । ନ୍ୟାୟିକ ଲଢେଇରେ ୪୯ ଥର ଶୁଣାଣି ପରେ ଶନିବାର ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି । ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା । ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି । ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି ।

Mahanadi dispute

ହେଲେ ଛତିଶଗଡରେ ଥିବା ବିଜେପି ସରକାର ଏଥିପାଇଁ ସେତେଟା ଆନ୍ତରିକତା ଦେଖାଉନାହିଁ । ମହାନଦୀ ବିବାଦ ଭିତରେ ଶାସକ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା । ଆପୋଷ ଆଲୋଚନା କଥା କହି ସରକାର ଟ୍ରିବ୍ୟୁନାଲରୁ ଓହରିବାକୁ ଚେଷ୍ଟା କରୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମହାନଦୀ ପାଇଁ ବିଜେଡି କଣ କରିଛି ତାହାର ଶ୍ବେତପତ୍ର ପ୍ରକାଶ କରୁ ବୋଲି ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+