ସରିଲା ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚାପ, ଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରା

ପୁରୀ: ସରିଲା ମହାପ୍ରଭୁଙ୍କ ବାହାର ଚାପ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ଜଳ ଲାଗି କରିଥିଲେ।

Chandan Yatra 2024

ପରେ ଦିଅଁ ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ। ଏହାପରେ ଦିନଚାପ ଆରମ୍ଭ ହୋଇଥିଲା। ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଏକଘେରା ବୁଲି ଜଳକ୍ରୀଡ଼ା କରିଥିଲେ। ଦିନ ଚାପ ନୀତି ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ଏକାଠିକୁ ଯୋଡ଼ି କରି ରଖାଯାଇଥିଲା। ରାମକୃଷ୍ଣ ମଦନମୋହନଙ୍କ ଚାପକୁ ବିଜେ ହୋଇଥିଲେ। ମୁଦିରସ୍ତ ସେବକ ହଳଦୀ ପାଣି ପିଚ୍‌‌କାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ। ଭିତରଚ୍ଛ ବନ୍ଦାପନା କରିସାରିବା ପରେ ମୁଦିରସ୍ତ ସେବକ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ। ଏହାପରେ ଦିଅଁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ। ସେଠାରେ ମଇଲମ ହୋଇ ସାଦା ବେଶ ହେବା ପରେ ଶୀତଳ ଭୋଗ ବଢ଼଼ିଥିଲା। ପରେ ପରେ ଝୁଲଣ କୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା। ପରେ ଦିଅଁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

ସୂଚନାଯୋଗ୍ୟ, ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ଚନ୍ଦନ ଯାତ୍ରାରେ ମହାପ୍ରଭୁ ନିଜେ ବିଜେ ନ କରି ତାଙ୍କର ପ୍ରତିନିଧି ଭାବେ ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରିଥାନ୍ତି। ସେମାନଙ୍କ ସହିତ କ୍ଷେତ୍ରର ପଞ୍ଚମହାଦେବ ତଥା ପଞ୍ଚୁପାଣ୍ଡବ ବିଜେ କରନ୍ତି। ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ଏହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ। ଏହାପରେ ଭିତର ଚନ୍ଦନ ଆହୁରି ୨୧ ଦିନ ଧରି ଅନୁଷ୍ଠିତ ହୁଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+