ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜଙ୍ଗଲରେ ଯବାନଙ୍କୁ ଅପହରଣ କରିନେଲେ। ଆତଙ୍କୀଙ୍କ କବଳରୁ ଖସି ପଳାଇ ଆସିଲେ ଜଣେ ଯବାନ। ଅନ୍ୟଜଣେ ଏବେ ନିଖୋଜ, ସର୍ଚ୍ଚ ଅପରେଶନ ଜାରି।

ସୂତ୍ରରୁ ପ୍ରକାଶ ଯେ ଅନନ୍ତନାଗର କୋକର୍ଣ୍ଣାଗ ଅଞ୍ଚଳର ଶଙ୍ଗାସରୁ ଆତଙ୍କବାଦୀମାନେ ଟେରିଟୋରିଆଲ୍ ଆର୍ମି ସୈନିକଙ୍କୁ ଅପହରଣ କରି ନେଇଛନ୍ତି। ତେବେ ଜଣେ ଯବାନ ଆତଙ୍କବାଦୀଙ୍କୁ ଚକ୍ମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସଫଳ ହୋଇଥିବା ସୂଚନା ମିଳିଛି। ସେଠାରୁ ଖସି ଆସିବା ପରେ ସେ ସେନାକୁ ଏନେଇ ସୂଚନା ଦେଇଛନ୍ତି। ନିଖୋଜ ସୈନିକଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଅକ୍ଟୋବର ୮ରେ ଜମ୍ମୁ କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏଠାରେ ନ୍ୟାସନାଲ କନ୍ଫରେନ୍ସ-କଂଗ୍ରେସ ମେଣ୍ଟର ନୂତନ ସରକାର ଗଠନ ହେବାକୁ ଯାଉଛି।












Click it and Unblock the Notifications