ପୁଣି ଆତଙ୍କୀ ପନ୍ନୁର ଧମକ: ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍, ଖାଲାସ୍ତାନୀ ପତାକା ଉଡ଼ାଇଲେ ମିଳିବ ୨୫ ଲକ୍ଷ !

All India DGP Conference: ଭୁବନେଶ୍ୱରରେ ଆୟୋଜିତ ହେଉଛି DGP କନଫରେନ୍ସକୁ ପୁଣି ଖାଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ୍ । ସେହିପରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖାଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି ।

ଏହି ଧମକପୂର୍ଣ୍ଣ ଇ-ମେଲରେ ଏକ ଅଡ଼ିଓ ମ୍ୟାସେଜ୍ ଆସିଛି । ଯେଉଁଥିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ।

All India DGP Conference

ସେହିପରି ଡିଜିପି ସମ୍ମିଳନୀରେ ବାଧା ସୃଷ୍ଟି କରିବା ପାଇଁ ମଧ୍ୟ ଧମକ ଦେଇଛି । ଖାସ କଥା ହେଲା ଯିଏ ଖଲିସ୍ତାନୀ ପତାକା ଉଡ଼ାଇ ତାକୁ ୨୫ ଲକ୍ଷର ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଏହି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ କରାଯାଇଛି ।

ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନକଟକୁ ଆସିଥିଲା, ଯାହା ପରେ ସେ ତୁରନ୍ତ ଏନେଇ କମିଶନରେଟ୍ ପୋଲିସଙ୍କୁ ସୂଚନା ଦେଇଥିଲେ ଏବଂ ଥାନାରେ ଏକ ଏତଲା ମଧ୍ୟ ଦେବା ନେଇ ସୂଚନା ରହିଛି । ତେବେ ଧମକ ପୂର୍ଣ୍ଣ ମେଲ୍ ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୋଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଆଜି ଡିଜିପି ସମ୍ମିଳନୀର ଦ୍ୱିତୀୟ ଦିନ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, NSA ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ରହିଛି ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର । ଗତକାଲି ମଧ୍ୟ ପ୍ନୁ ଏକ ଧମକପୂର୍ଣ୍ଣ ଇ-ମେଲ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+