ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୫ ଯବାନ ସହିଦ
ଜମ୍ମୁ-କାଶ୍ମୀର:ଜମ୍ମୁ-କାଶ୍ମୀରରେ ରଜୌରୀରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମୁହାଁମୁହିଁ । ୫ ଯବାନ ସହିଦ । ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । କାଣ୍ତି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର ।

ସେହିପରି ସୁରକ୍ଷାକର୍ମୀଙ୍କ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ନିକଟରୁ ୪୭ ରାଇଫଲ୍, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜଗତ କରାଯାଇଛି । ସେହିପରି କୁପୱାରାରେ ହୋଇଥିବା ଅପରେସନରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁ ମାନଙ୍କ ପାଖରୁ ୨ଟି ଏକେ ୪୭ ରାଇଫଲ୍ ଜବତ କରାଯାଇଛି ।
In the ongoing operation, three more soldiers who were injured earlier have now succumbed to their injuries. A total of five soldiers have lost their life in the joint operation in Rajouri, J&K https://t.co/9OUeGC0Q67 pic.twitter.com/jyrz5M7tWh
— ANI (@ANI) May 5, 2023
ସୂଚନାଥାଉ ଯେ, ଏପ୍ରିଲ୍ ୨୦ ତାରିଖରେ ଜାମ୍ମୁ-କାଶ୍ମୀରର ରାଜୌରୀର ଭିମ୍ବର ଏବଂ ପୁଞ୍ଚ ଘାଟି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଆକଙ୍କବାଦୀ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଓଡ଼ିଆ ଯବାନଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ PAFF ନିଜକୁ ଦାୟୀ କରିଥିଲେ ।
#WATCH | Jammu: An encounter has started in the Kandi area of Rajouri. Security forces on the spot.
(Visuals deferred by unspecified time) pic.twitter.com/WGsPJXGh2w
— ANI (@ANI) May 5, 2023












Click it and Unblock the Notifications