ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କରାଜ ଘଟଣା; ଦୁଇ ଗିରଫ, ବିଳମ୍ବିତ ରାତିରେ ଗିରଫ କଲା ପୋଲିସ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କରାଜ ଘଟଣା । ୨ ଗିରଫ । ଉପ ନିର୍ଦ୍ଦେଶକଙ୍କ ଅଫିସରେ ପଶି ୨ ଦୁର୍ବୃତ୍ତ ଭଙ୍ଗାରୁଜା କରି ଗିରଫ। ବିଳମ୍ବିତ ରାତିରେ ଉଭୟଙ୍କୁ ଗିରଫ କଲା ନନ୍ଦନକାନନ ପୋଲିସ। ଅଫିସ ଭିତରେ ପଶି ଭଙ୍ଗାରୁଜା, ଦୁର୍ବ୍ୟବହାର, ଆକ୍ରମଣ ଅଭିଯୋଗ ।
ନନ୍ଦନକାନନ ହସ୍ପିଟାଲରେ ବି ଭଙ୍ଗାରୁଜା କରିଥିବା ସୂଚନା ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିବା ସହ ଅଫିସ ଭିତରେ କମ୍ପ୍ୟୁଟର, ଟିଭି ଏବଂ ଆସବାପତ୍ର ନଷ୍ଟ କରିଥିଲେ । ଅପରାହ୍ନ ପ୍ରାୟ ୫ଟା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ଡେପୁଟି ଡାଇରେକ୍ଟରଙ୍କ କାର୍ଯ୍ୟାଳୟରେ ପଶି ଏସିଏଫ୍ (ଏସ୍ ଏମ୍) ଓ ଏସିଏଫ୍ (ଭିଏମ୍)ଙ୍କ ସମେତ ଅଧିକାରୀଙ୍କୁ ସେମାନଙ୍କ ଚେମ୍ବରରେ ଗାଳିଗୁଲଜ କରିଥିଲେ।

Nandankanan zoo

ଦୁର୍ବୃତ୍ତ ଜୀବବିଜ୍ଞାନୀ ଡାକ୍ତର ରାଜେଶ ମହାପାତ୍ରଙ୍କୁ ମାଡ଼ ମାରିଥିଲେ। ସୁଦୀପ୍ତ କୁମାର ପଣ୍ଡା, ଏସିଏଫ୍ (ଏସ୍ ବିଜି); ଏସିଏଫ୍ (ଏସ୍ ଏମ୍ ) ଡ. ରଶ୍ମି ରଞ୍ଜନ ସ୍ୱାଇଁ ଓ ଏଫଆଣ୍ଡଇ ବିଭାଗର ଅଡିଟ୍ ଅଫିସର ଆଶୁତୋଷ କାମ୍ପାଙ୍କୁ ଗାଳି ଗୁଲଜ ସହିତ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଏତଦ୍ ବ୍ୟତୀତ ନିଶାସକ୍ତ ଅବସ୍ଥାରେ ଦୁଇ ଯୁବକ କରିଡର ଓ ଅନ୍ୟାନ୍ୟ ଚେମ୍ବରରେ ବୁଲି ବୁଲି ବାଟରେ ଯାହା କିଛି ଆସୁଥିଲା ତାହା ନଷ୍ଟ କରିଦେଇଥିଲେ ।

କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର, ଟିଭି ଓ ଆସବାବପତ୍ର ସମେତ ଅଫିସ୍ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଦୁର୍ବୃତ୍ତଙ୍କ ପୂରା ଗତିବିଧି କଏଦ ହୋଇଛି।

ଏସିଏଫ୍ (ଏସବିଜି) ଫୋନ୍ ଯୋଗେ ଘଟଣା ସମ୍ପର୍କରେ ନନ୍ଦନକାନନ ଥାନା ଆଇଆଇସିଙ୍କୁ ଜଣାଇଥିଲେ। ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ପିସିଆର ଭ୍ୟାନ୍ ଘଟଣାସ୍ଥଳକୁ ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+