ଭୟଙ୍କର ଦୁର୍ଘଟଣା, ଟ୍ରେନ୍‌ ଉପରେ ଚଢ଼ି ଜିଅନ୍ତା ଜଳିଗଲେ ଯୁବକ

ରାୟଗଡ଼ା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା । ମାଲବାହୀ ଟ୍ରେନ ଉପରେ ଜଣେ ବୃଦ୍ଧ ହଠାତ୍ ଚଢିଯାଇଥିଲେ । ଟ୍ରେନ ଉପରେ ଠିଆ ହୋଇ ହାତ ଉପରକୁ ଉଠାଇବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ । କ୍ୟାମେରାରେ କଏଦ ହୋଇଛି ସେହି ଭୟଙ୍କର ଚିତ୍ର ।

accident

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ହଠାତ୍ ନିଆଁ ଜଳିଗଲା ଓ ସାଙ୍ଗେ ସାଙ୍ଗେ ତଳେ ପଡ଼ିଗଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ଆରପିଏଫ୍ ।

ସୂଚନା ଅନୁସାରେ ନୂଆପଡା ଜିଲ୍ଲା ରାଜଖାରିଆର ଥାନା ଅନ୍ତର୍ଗତ ବଡନାଳ ଗାଁର ୫୫ ବର୍ଷ ବୟସ୍କ ନରସିଂହ କାଣ୍ଡା ଦାଦନ ଖଟି ଘରକୁ ଫେରୁଥିଲେ । ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଛିଡା ହୋଇଥିବା ଦେଖି ନିଶାସକ୍ତ ଅବସ୍ଥାରେ ଟ୍ରେନ ଉପରକୁ ଚଢିଯାଇଥିଲେ । ମାଲଗାଡି ଉପରେ ଚଢିଥିବା ଦୁଇ ହାତ ଉପରକୁ ଟେକିବା ସମୟରେ ଉପରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+