ବଢିଲା ଅସ୍ଥାୟୀ କର୍ମଚାରୀଙ୍କ ପାରିଶ୍ରମିକ
Odisha News: ବୁଧବାର ଦିନ ରାଜ୍ୟ ସରକାର ଅସ୍ଥାୟୀ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି କରାଯାଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ଅର୍ଥ ବିଭାଗର ୨୦୧୨ ସଂକଳ୍ପର ସଂଶୋଧନ ୨୦୧୮ରେ କରାଯାଇଥିଲା ଏବଂ ଉକ୍ତ ସମୟରେ ଓଆର୍ଏସ୍ପି ନିୟମ -୨୦୧୭ ଲାଗୁ ହୋଇସାରିଥିଲା। ମାତ୍ର ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ ଦରମା ବୃଦ୍ଧି ପାଇଁ ହୋଇଆସୁଥିବା ଦାବିକୁ ସରକାର ସେମାନଙ୍କ ମାସିକ ପାରିଶ୍ରମିକ ମୂଳ ଦରମାର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି।

ତେବେ ଯେଉଁମାନେଙ୍କର ପ୍ରଥମ ବର୍ଷରେ ମାସିକ ଦରମା ୮ ହଜାର ୦୭୦ ଟଙ୍କା ଥିଲା ସେମାନେ ବର୍ତ୍ତମାନ ୧୦ହଜାର ୯୦ ଟଙ୍କା ମାସକୁ ପାଇବେ। ଦ୍ୱିତୀୟ ବର୍ଷର କର୍ମଚାରୀଙ୍କ ପାରିଶ୍ରମିକ ୮ହଜାର ୪୮୦ ଟଙ୍କାରୁ ୧୦ହଜାର ୬୦୦ ଟଙ୍କା କରାଯାଇଛି ଏବଂ ତୃତୀୟ ବର୍ଷ ଲାଗି ୧୧,୧୪୦ କରାଯାଇଥିବା ବେଳେ ଚତୁର୍ଥ ବର୍ଷ ପାଇଁ ୧୧,୭୦୦ ଏବଂ ପଞ୍ଚମବର୍ଷ ନିମନ୍ତେ ୧୨,୨୯୦ ଟଙ୍କା କରାଯାଇଛି । ୨୩ ବର୍ଷର ଚାକିରିଆଙ୍କ ପାଇଁ ୨୯ହଜାର ୭୧୦ ଟଙ୍କା ପାରିଶ୍ରମିକ ସ୍ଥିର କରାଯାଇଛି।












Click it and Unblock the Notifications