Train News: ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ୩୨ ଟ୍ରେନରେ ଅସ୍ଥାୟୀ କୋଚ 

ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଜୁନ୍ ମାସରେ ୩୨ଟି ଟ୍ରେନ୍ (୧୬ ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି | ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆରାମଦାୟକ ଯାତ୍ରା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Temporary coach connections

ଅସ୍ଥାୟୀ ଭାବେ କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ୍ :

12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ । ଜୁନ୍ ୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୋଟିଏ ଚେୟାର କାର କୋଚ୍ ସଂଯୋଗ କରାଯାଉଅଛି |

22823/22824 & 22811/22812 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ |

0817/20818 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି |

20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ୍ |

12882/12881 ପୁରୀ-ଶାଲିମାର-ପୁରୀ ଗରିବ ରଥ ଏକ୍ସପ୍ରେସ |

22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ |

12892/12891 ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ |

08439/08440 ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର |

20809/20810 ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ |

08311/08312 ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ୍ |

58506/58505 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର |

58501/58502 ବିଶାଖାପାଟନମ୍ - କିରାଣ୍ଡୁଲ - ବିଶାଖାପାଟନମ୍ ପାସେଞ୍ଜର |

08581/08582 ବିଶାଖାପାଟନମ୍ - ବେଙ୍ଗାଲୁରୁ - ବିଶାଖାପାଟନମ୍ ସ୍ପେଶାଲ୍ |

08547/08548 ବିଶାଖାପାଟନମ୍ - ତିରୁପତି - ବିଶାଖାପାଟନମ୍ ସ୍ପେଶାଲ୍ |

08579/08580 ବିଶାଖାପାଟଣା-ଚେରଲାପାଲି-ବିଶାଖାପାଟଣା ସ୍ପେଶାଲ୍ |

ଏହି ଅସ୍ଥାୟୀ ଅତିରିକ୍ତ କୋଚ ସଂଯୋଗ ଗ୍ରୀଷ୍ମ ଛୁଟି ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ କେବଳ ଜୁନ୍ ପାଇଁ କାର୍ଯ୍ୟକାରୀ କରାଯାଉଛି | ଏହି ପଦକ୍ଷେପ ଦ୍ୱାରା ନୂଆଦିଲ୍ଲୀ, ହାଓଡ଼ା, ଯଶବନ୍ତପୁର, ପାଟନା, ତିରୁପତି, ବେଙ୍ଗାଲୁରୁ, ଜୁନାଗଡ଼ ରୋଡ଼ ଏବଂ କିରାଣ୍ଡୁଲ ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରି ବିଭିନ୍ନ ବର୍ଗରେ ଅତିରିକ୍ତ ବର୍ଥ ଯୋଗାଇ ଦିଆଯାଉଅଛି | ଯାତ୍ରୀମାନେ ଅତିରିକ୍ତ କୋଚ ସଂଯୋଗ ସମ୍ବନ୍ଧରେ ଏବଂ ସଂରକ୍ଷଣ ଉପଲବ୍ଧତା ପାଇଁ ରେଳବାଇ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳବାଇ ଅନୁସନ୍ଧାନ କେନ୍ଦ୍ର ମାନଙ୍କରେ ସୂଚନା ପାଇବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+