ଆସନ୍ତାକାଲିଠୁ ବଢିବ ତାପମାତ୍ରା: ୪ ଦିନ ପାଇଁ ଜାରି ହେଲା ଓ୍ୱାର୍ଣ୍ଣିଂ

Odisha Weather News: ଆସନ୍ତାକାଲିଠୁ ରାଜ୍ୟରେ ବଢିବ ତାପମାତ୍ରା । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରାଯାଉଛି । ଚଳିତ ସପ୍ତାହରେ ୪ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୩,୧୫, ଏବଂ ୧୬ ତାରିଖରେ ଅସମ୍ଭାଳ ତାତି ଅସ୍ତବ୍ୟସ୍ତ କରିବ ଏବଂ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Temperatures to rise from tomorrow

୧୩ ତାରିଖରେ ବଲାଙ୍ଗୀର ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ମଧ୍ୟ ପ୍ରବଳ ଖରା ନେଇ ସତର୍କ ସୂଚନା ଜାରି କରାଯାଇଛି । ୧୬ ତାରିଖରେ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+