ବଢ଼ିବାରେ ଲାଗିଛି ତାପମାତ୍ରା,୪୧ ଡିଗ୍ରି ଟପିଲା ଝାରସୁଗୁଡା
ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି । ଅସହ୍ୟ ହେବାରେ ଲାଗିଛି ଗରମ । ବଢ଼ିବାରେ ଲାଗିଛି ବହୁ ସହରର ତାପମାତ୍ରା । ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହରରେ ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୧ ଡିଗ୍ରି ସେଲସିୟସରେ ପହଞ୍ଚିଛି।
ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ ହୀରାକୁଦ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ଥିବାବେଳେ ସମ୍ବଲପୁରରେ ୩୯.୮ ଡିଗ୍ରି ସେଲସିୟସ୍, ରାଉରକେଲାରେ ୩୯ ଡିଗ୍ରି ସେଲସିୟସ୍ ଏବଂ ହୀରାକୁଦରେ ୩୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସୋମବାର ଅପରାହ୍ନ ୨:୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି।












Click it and Unblock the Notifications