ମାର୍ଚ୍ଚ ମାସରୁ କଲବଲ କଲାଣି ଖର, ଦିନ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଛୁଇଁଲା ତାପମାତ୍ରା
Odisha Weather: ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ଚଳିତ ବର୍ଷ କେବଳ ଓଡ଼ିଶାରେ ନୁହେଁ ବରଂ ପୁରା ଦେଶରେ ପ୍ରବଳ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗୁରୁବାର ଝାରସୁଗୁଡାରେ ଦିନ ୧୧ ଟା ୩୦ରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତକାଲି ଦିନ ସେଢା ଏଗାରଟା ସୁଦ୍ଧା ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗାମୀ ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପଶ୍ଚିମ ଓଡ଼ିଶାରେ ହିଟୱେଭ ନେଇ ୪ ଦିନ ପାଇଁ ଆଲର୍ଟ ଜାରି କରାଯାଇଛି । ୧୩, ୧୪, ୧୫ ଏବଂ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ୧୪ ତାରିଖରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୫ ତାରିଖରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଏବଂ ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications