ଚଳିତ ବର୍ଷ ୪୦ ଡିଗ୍ରୀ ଛୁଇଁଲାଣି ପାରଦ: ପ୍ରବଳ ଖରାରେ ଜଳୁଛି ଓଡ଼ିଶା
କଲବଲ କଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଲାଣି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା ।
ତାତି ବଢ଼ିବ ସହିତ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ ପହିଲାରୁ ଆହୁରି ଜାଳିବ ଖରା । ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ରାଜ୍ୟର ୫ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଛୁଇଁଛି । ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ନୟାଗଡ଼ ୪୦ ଛୁଇଁଲା ତାପମାତ୍ରା ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି ।
ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କାଁ ଭାଁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ଭିତରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ଯାଏଁ ବୃଦ୍ଧି ହେବ । ଗୁଳୁଗୁଳି ମଧ୍ୟ ହେବାର ରହିଛି । ରାତିର ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ଗତକାଲି ବାଲେଶ୍ୱରରେ ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, ପାରାଦୀପରେ ୩୨.୩ ଡିଗ୍ରୀ, ଭୁବନେଶ୍ୱରରେ ୩୭.୪ ଡିଗ୍ରୀ, ଗୋପାଳପୁରରେ ୩୧.୨ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୭.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୧ ଡିଗ୍ରୀ, ସମ୍ୱଲପୁରରେ ୩୭.୭ ଡିଗ୍ରୀ, ସୁନ୍ଦରଗଡ଼ର ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।












Click it and Unblock the Notifications