ଚଳିତ ବର୍ଷ ପ୍ରଥମ ଥର ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ସୋମବାର ୮.୪ ଡିଗ୍ରୀ ସେଲସିୟସ୍ ସହ ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ରହିଥିବା ରେକର୍ଡ କରାଯାଇଛି। ଜି.ଉଦୟଗିରିରେ ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଓ ଫୁଲବାଣୀରେ ୧୧ ଡିଗ୍ରୀ ରେକର୍ଡ ହୋଇଛି।

ପାରଦ ତଳମୁହାଁ ସାଙ୍ଗକୁ ଶୀତ ସହ ପ୍ରବଳ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଗତ କିଛିବର୍ଷ ହେବ ଜି.ଉଦୟଗିରି ଅଞ୍ଚଳରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ରହିବା ସହ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ଏଠାରେ ପ୍ରଶାସନ ତରଫରୁ ଶୀତ ମହୋତ୍ସବର ଆୟୋଜନ ତତ୍ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ସିର୍କି ଇକୋ ପାର୍କ, କାଲିଗାଡୁ ହିଲ୍ ଟପ୍, କଳିଙ୍ଗା ବଟାନିକାଲ ଗାର୍ଡେନ ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ସହ ବିକାଶ କାର୍ଯ୍ୟ କରିବା ପାଇଁ ସମାଜସେବୀ ଅମନ ଚନ୍ଦ୍ର ନାୟକ, ହୃଷୀକେଶ ପ୍ରଧାନ, ମହିଳା ସମାଜସେବୀ ସସ୍ମିତା ମଲ୍ଲିକ ଦାବି କରିଛନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ତୁଷାରପାତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜି.ଉଦୟଗିରିରେ ଶୀତର ମଜା ନେବା ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି କିନ୍ତୁ ଏଠିକାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହୋଇ ନ ଥିବା ଦେଖି ପର୍ଯ୍ୟଟକଙ୍କ ଉତ୍ସାହ କମୁଥିବା ନେଇ ପ୍ରଶାସନ ଓ ଜନପ୍ରତିନିଧି ଙ୍କ ଆଗ୍ରହ ନ ଥିବା ନେଇ ଆଲୋଚନା ହେଉଛି।
ଅଞ୍ଚଳରେ ଶୀତର ସ୍ଥିତିକୁ ଦେଖି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ।












Click it and Unblock the Notifications